୪୦ ଫୁଟ ତଳକୁ ଖସିଲା ପେଟ୍ରୋଲ ଟ୍ୟାଙ୍କର, ୪ ମୃତ

ନୟାଗଡ଼ – ନୟାଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ପେଟ୍ରୋଲ ଟ୍ୟାଙ୍କର ଫାଟି ୪ ଜଣ ପ୍ରାଣ ହରାଇଛନ୍ତି । ନୟାଗଡ଼ ବଡ଼ ପଣ୍ଡୁସର ବ୍ରିଜ ତଳକୁ ପେଟ୍ରୋଲ ଟ୍ୟାଙ୍କର ଖସିପଡ଼ିବାରୁ ତାହା ଫାଟିଯାଇଥିଲା । ୪୦ ଫୁଟ ତଳକୁ ଖସିଯାଇଥିଲା ଟ୍ୟାଙ୍କର । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ସବୁ ମୃତକ ସାନ ପଣ୍ଡୁସର ଗାଁର ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଏବଂ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.