ରାଜ୍ୟରେ ଜୁନ ୧୫ କିମ୍ବା ୧୬ରେ ପ୍ରବେଶ କରିବ ମୌସୁମୀ

ଭୁବନେଶ୍ୱର – ଓଡ଼ିଶାରେ ମୌସୁମୀର ପ୍ରବେଶ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଭାରତୀୟ ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ଆଜି ମୌସୁମୀ ମହାରାଷ୍ଟ୍ର, ଗୁଜରାଟ, ବିହାରର କିଛି ଅଞ୍ଚଳ ଛୁଇଁଛି। ଆଶା କରାଯାଉଛି ଜୁନ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳ ମୌସୁମୀ କଭର କରିପାରେ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି। ସେ ଯାଏଁ ଓଡ଼ିଶାରେ ଖରା ଜାରି ରହିବ । ୧୪ -୧୫ ତାରିଖ ଆଡ଼କୁ ଓଡ଼ିଶା ଆକାଶ ମେଘାଚ୍ଛନ୍ନ ରହିବ ।

Comments are closed.