ରାଉରକେଲାରେ ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା

ରାଉରକେଲା – ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲା ସହରରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଏବଂ ବୈଠକ ଉପରେ ୧୪୪ ଧାରା ଜାରି କରାଯାଇଛି। ପାନପୋଷ ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ପ୍ଲାଣ୍ଟସାଇଟ, ଉଦିତନଗର, ରଘୁନାଥପାଲି, ବ୍ରହ୍ମଣୀତରଙ୍ଗ ଓ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲାଗୁ ହୋଇଛି। ଏହାଛଡା ଲାଠିକଟା, ବନ୍ଧମୁଣ୍ଡା ଓ ବିଶ୍ରା ଥାନା କ୍ଷେତ୍ରରେ ମଧ୍ୟ ଧାର୍ମିକ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି।ଏହି କଟକଣା ଜୁନ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ।

Comments are closed.