ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୟସ୍କ ବ୍ୟକ୍ତିମାନେ
ଆମ ସାମାଜିକ ସଂରଚନାର ଅବିଚ୍ଛେଦ୍ୟ ଖିଅ । ଆମକୁ ଉଚିତ ମାର୍ଗରେ ପରିଚାଳିତ କରିବା କ୍ଷେତ୍ରରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ । ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସରେ ସେମାନେ ଯେପରି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇବେ, ସେ ଦିଗରେ ଯତ୍ନବାନ ହେବା ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.