ଉନ୍ନୟନ କମିଶନର ଓ ୫ଟି ସଚିବଙ୍କ ଓଲଟପୁର ଗସ୍ତ: ନିଆଳି-ଓଲଟପୁର ରାସ୍ତା ଟୁ- ଲେନ୍ ହେବ

ଭୁବନେଶ୍ୱର: ଓଲଟପୁର ସ୍ଥିତ ଏନଆଇଆରଟିଏଆର (NIRTAR) ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି ।

ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା ୫ଟି ସଚିବ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ , କଟକ ଜିଲ୍ଲାପାଳ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସ୍ଥାନୀୟ ଲୋକ ଓ ରୋଗୀ ମାନଙ୍କ ସହ ଆଲୋଚନା ପରେ ନିମ୍ନୋକ୍ତ ନିଷ୍ପତ୍ତି ନିଆଯାଇଛି । ରୋଗୀ ମାନେ ଯେପରି ସୁବିଧାରେ ଏନଆଇଆରଟିଏଆର ରେ ପହଂଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର ଏନଆଇଆରଟିଏଆର ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥକିଆ କରାଯିବ ।

ଏନଆଇଆରଟିଏଆର ହସ୍ପିଟାଲ ପାର୍ଶ୍ଵ ବର୍ତୀ ଜମି ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯିବ । ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ ।

ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ ୫ଟି ସଚିବ ହସ୍ପିଟାଲ ର ବିଭିନ୍ନ ଓ୍ବାଡ ବୁଲି ଦେଖିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

Comments are closed.