ପୋଷାକ ଉତ୍ପାଦନ କ୍ଷୁଦ୍ର ଉଦ୍ୟୋଗ ପାଇଁ ଏମ୍ଓୟୁ: ବାଟ କଢାଇବ ମିଶନ ଶକ୍ତି ଏସ୍ଏଚଜି

ଭୁବନେଶ୍ୱର: ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ମିଶନ ଶକ୍ତି ବିଭାଗ ଓ ଆପାରେଲ ମେଡ୍ – ଅପ୍‌ସ ଆଣ୍ଡ ହୋମ୍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ୍ କାଉନ୍‌ସିଲ୍ ( ଏଏମ୍ଏଚ୍ ଏସ୍ଏସ୍‌ସି ), ନୂଆଦିଲ୍ଲୀଙ୍କ ମଧ୍ୟରେ ଆଜି ‘ ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସିଲେଇ ମେସିନ୍ ଅପରେଟର ଭାବରେ ଦକ୍ଷତାଭିଭିକ ତାଲିମ ’ ଶୀର୍ଷକ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ସ୍ଵୟଂ ସହାୟକ ସଦସ୍ୟାମାନେ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ପାଇବା ସହିତ ପୋଷାକ ଶିଳ୍ପ କ୍ଷେତ୍ରରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବାରେ ସକ୍ଷମ ହେବେ ।

ଜୀବନଜୀବିକା ସୃଷ୍ଟି ପାଇଁ ଅନନ୍ୟ ସହଭାଗିତା ମାଧ୍ୟମରେ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନେ ପ୍ରାକ୍ – ବିଦ୍ୟାଳୟ ଏବଂ ବିଦ୍ୟାଳୟ ୟୁନିଫର୍ମ ଯୋଗାଇ ଦେଉଛନ୍ତି । ଏହି ଐତିହାସିକ ନିଷ୍ପତ୍ତି ମାଧ୍ୟମରେ ରାଜ୍ୟ ସରକାର ଏବଂ ଆପାରେଲ ମେଡ୍ – ଅପ୍‌ସ ଆଣ୍ଡ ହୋମ୍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ୍ କାଉନ୍‌ସିଲ୍ ( ଏଏମ୍ଏଚ୍ ଏସ୍ଏସ୍‌ସି )ଙ୍କ ସହଯୋଗରେ ୧୦, ୦୦୦ ସଦସ୍ୟାଙ୍କ ବଜାରଭିମୁଖୀ ଦକ୍ଷତା ବୃଦ୍ଧି ଏବଂ ପୋଷାକ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହନପୂର୍ବକ ଜୀବନଜୀବିକାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଚୁକ୍ତିନାମା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଟେଲରିଂ ଦକ୍ଷତାର ବିକାଶ କରିବା ସହିତ ସେମାନଙ୍କର ଆତ୍ମନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହାୟକ ହେବ । ଏହି ଦକ୍ଷତାଭିଭିକ ତାଲିମ , ମିଶନ ଶକ୍ତି ସ୍ଵୟଂ ସହାୟକ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ଵାରା ପରିଚାଳିତ ଟେଲରିଂ ୟୁନିଟ୍‌ଗୁଡ଼ିକର କାର୍ଯ୍ୟକ୍ଷମତାକୁ ଦୀର୍ଘ ସମୟ ପାଇଁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଏବଂ ସୁଯୋଗ ଯୋଗାଇଦେବ ।

୧୮ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ତାଲିମପ୍ରାପ୍ତ ସଦସ୍ୟାମାନଙ୍କୁ ଆପାରେଲ ମେଡ୍ – ଅପ୍‌ସ ଆଣ୍ଡ ହୋମ୍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ୍ କାଉନ୍‌ସିଲ୍ ( ଏଏସ୍ଏଚ୍ ଏସ୍ଏସ୍‌ସି ) ସେମାନଙ୍କର ଟେଲରିଂ ୟୁନିଟ୍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବ । ଏହି ସହଭାଗିତା ଅଧୀନରେ ଆପାରେଲ ମେଡ୍ – ଅପ୍‌ସ ଆଣ୍ଡ ହୋମ୍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ୍ କାଉନ୍‌ସିଲ୍ ( ଏଏମ୍ଏଚ୍ ଏସ୍ଏସ୍‌ ) , ପୋଷାକ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ସୃଷ୍ଟି ଦିଗରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ ।

Comments are closed.