ଏସିଆନ ଟ୍ରାକ ସାଇକ୍ଲିଂରେ ବ୍ରୋଞ୍ଜ ବିଜୟୀ ଭାରତୀୟ ମହିଳା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ନୂଆଦିଲ୍ଲୀରେ ଚାଲିଥିବା ଏସିଆନ ଟ୍ରାକ ସାଇକ୍ଲିଂ ଚାମ୍ପିୟନସିପର ଏଲିଟ ମହିଳା ଟିମ୍ ପରସୁଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛି । ଏଲିଟ ସାଇକ୍ଲିଂ ସେକ୍ସନର ଯେକୌଣସି ଇଭେଣ୍ଟରେ ଭାରତର ଏହା ହେଉଛି ପ୍ରଥମ ପଦକ । ବ୍ରୋଞ୍ଜ ପଦକ ବିଜୟୀ ଦଳରେ ଓଡ଼ିଶାର ଶାଶ୍ବତୀ ସିଂହ ଥିଲେ । ଏହି ସଫଳତା ପାଇଁ ଶାଶ୍ଵତୀ ସିଂହ ଓ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.