ବସ-ଟ୍ରକ ମୁହାଁମୁହିଁ, ୩୫ ରୁ ଅଧିକ ଯାତ୍ରୀ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ମେହେର କବି ପଡ଼ା ବରପାଲି-ବଲାଙ୍ଗୀର ରାସ୍ତାରେ ସକାଳ ୬ଟାରେ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଡ୍ରାଇଭର ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବଲାଙ୍ଗୀରରୁ ଝାରସୁଗୁଡା ଯାଉଥିଲା ସରକାରୀ ବସ ଏବଂ ବରଗଡ଼ରୁ ବଲାଙ୍ଗୀର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ବରପାଲି ମେହେର କବି ପଡ଼ା ସମ୍ମୁଖ ରେ ମୁହାଁମୁହାଁ ଧକ୍କା ହୋଇଥିଲା । ଯାହାଫଳରେ ବସରେ ବସିଥିବା ୨ ଜଣ ଡ୍ରାଇଭର ଓ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଉଦ୍ଧାର କରି ଚିକିତ୍ସା କରାଯାଉଛି । ଦୁର୍ଘଟଣା ସଂପର୍କରେ ଖବରପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

Comments are closed.