ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର – ଭଡ଼ା ଘରୁ ମିଳିଲା ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ। ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ମିଳିଥିଲେ ବି ଏହା ପଛର କାରଣକୁ ରହସ୍ୟମୟ ହୋଇ ରହିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ପ୍ରାୟ ଦେଢ ମାସ ହେବ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ମାତ୍ର ଗତକାଲି ରଶ୍ମିରେଖାଙ୍କ ଘର ଭିତର ପଟୁ ବନ୍ଦ ଥିବା ବେଳେ ଭିତରେ ତାଙ୍କ ଶରୀର ଝୁଲୁଥିବା ଦେଖିଥିଲେ ଘର ମାଲିକ। ଏହାଦେଖି ସେ ପୋଲିସ୍‌କୁ ଜଣାଇଥିଲେ । ପୋଲିସ୍‌ କବାଟ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘର ଭିତରୁ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର ହୋଇଛି। ସୁଇସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ପୋଲିସ ସୂଚନା ଦେଇଛି ।

Comments are closed.