ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଭିଜିଲାନ୍ସ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଗଞ୍ଜାମ ଜିଲ୍ଲା ଛତ୍ରପୁରର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଛତ୍ରପୁର ରାମନଗର ପ୍ରଥମ ଲେନ୍‌ରେ ଥିବା ଦୁଇ ମହଲା ଘର, ଗୋଟେ ମହଲା ମାର୍କେଟ୍ କମ୍ପ୍ଲେକ୍ସରେ ଚାଲିଛି ଚଢ଼ାଉ ।ବ୍ରହ୍ମପୁର ଖାରବେଳନଗର ତୃତୀୟ ଲେନ୍‌ରେ ଥିବା ଦୁଇ ମହଲା କୋଠାରେ ବି ଚଢ଼ାଉ କରିଛି ଭିଜିଲାନ୍ସ । ଏହି ଘରକୁ ସେ ଭଡ଼ାରେ ଦେଇଛନ୍ତି । ବାଲେଶ୍ବର ଅଙ୍ଗାରଗାଡ଼ିଆରେ ଥିବା ଅନାଦିଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଘର, ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ମା’ ରେସିଡେନ୍ସି ନାମକ ଓୟୋ ହୋଟେଲ ବି ଚାଲିଛି ରେଡ୍ । ଏହି ହୋଟେଲରେ ଅନାଦିଙ୍କ ବଡ଼ପୁଅ ସୌମ୍ୟ ରଞ୍ଜନ ବେହେରା ରହୁଥିବା ସୂଚନା ରହିଛି ।

Comments are closed.