ମହିଳା ବିଶ୍ୱକପ ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଦୀପଗ୍ରେସ ଏକ୍କା

ଭୁବନେଶ୍ୱର – ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ଓଡିଶାର ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ସେ ଦଳର ଉପଅଧିନାୟିକା ଭାବେ ବି ନିଯୁକ୍ତ ହୋଇଛନ୍ତି । ସବିତା ପୁନିଆ ଦଳର ଅଧିନାୟକ ହୋଇଛନ୍ତି । ଆଘାତ ସମସ୍ୟା ଯୋଗୁ ନିୟମିତ ଅଧିନାୟିକା ରାନୀ ରାମପାଲ ଦଳରୁ ଓହରି ଯାଇଛନ୍ତି । ନେଦରଲାଣ୍ଡସ ଓ ସ୍ପେନରେ ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଶ୍ୱକପ ହକି ଇଂଲଣ୍ଡ, ଚୀନ, ନ୍ୟୁଜିଲାଣ୍ଡ ସହ ପୁଲ ବିରେ ଭାରତ ସ୍ଥାନ ପାଇଛି । ଜୁଲାଇ ୩ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ ।

Comments are closed.