ରାଜ୍ୟରେ ବଢୁଛି କୋରୋନା ମାମଲା: ୨୪ ଘଣ୍ଟାରେ ଆଉ ୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୩ ଜଣ କରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ, କଟକରୁ ୪, ସୁନ୍ଦରଗଡରୁ ୩, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁରୁଷ ୧୦ ମାମଲା ରିପୋର୍ଟ ହୋଇଛି ।

Comments are closed.