ରାଜ୍ୟରେ ଆଉ ୬୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -ରାଜ୍ୟରେ ବଢ଼ିଚାଲିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪ ଜଣ ଅଛନ୍ତି । ସଂଗରୋଧରୁ ୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଆକ୍ରାନ୍ତ ଚି‌‌ହ୍ନଟ ହୋଇ ଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭, କଟକରୁ ୮, ବାଲେଶ୍ଵରରୁ ୨, ସୁନ୍ଦରଗଡ଼ରୁ ୨, ଜଗତସିଂହପୁରରୁ ୧, ଝାରସୁଗୁଡ଼ାରୁ ୧, କୋରାପୁଟରୁ ୧, ପୁରୀରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୯ ମାମଲା ରିପୋର୍ଟ ହୋଇଛି । ୪୩ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ବର୍ତମାନ ସକ୍ରିୟ ମାମଲା ୪୧୦ ରହିଛି ।

Comments are closed.