ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ: ବହୁ ସାମଗ୍ରୀ ପୋଡ଼ି ଭସ୍ମୀଭୂତ

ନୂଆପଡା : କୋମନା ଥାନା କାଣ୍ଡେତରା ଗ୍ରାମର ଘରେ ଲାଗିଲା ନିଆଁ। ସର୍ଟସାର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଅଛି। ଗ୍ରାମର ବାବୁଲାଲ ସତନାମିଙ୍କ ଘରେ ଅଗ୍ନିକାଣ୍ଡ ହୋଇ ଘରେ ଥିବା ଫଟକା ଫାଟି ବ୍ୟାପକ ଶବ୍ଦ ହେବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଥିବା ଜଣାପଡିଛି। ଆଜି ଘରେ ତାଙ୍କ ସ୍ତ୍ରୀ ଥିବା ସମୟରେ ହଠାତ୍ ବିଦ୍ୟୁତ ତାରରେ ନିଆଁ ଜଳିଥିଲା। ଏହା ସହ ପାଖରେ ଖଲିଦନା ଥିବାରୁ ନିଆଁ ଲାଗି ଯାଇଥିଲା। ଅଗ୍ନିଶ୍ରମ ବିଭାଗ ନିଆଁ ଲିଭାଇବାରେ ସଫଳ ହୋଇଛି। ବ୍ୟାପକ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି।

Comments are closed.