ଫୁଲବାଣୀରୁ ପ୍ରଥମ ଥର ବ୍ରାଉନ୍‌ସୁଗାର ଜବତ

ଫୁଲବାଣୀ: ଫୁଲବାଣୀରୁ ପୋଲିସ ପ୍ରଥମ ଥର ଜବତ କରିଛି ବ୍ରାଉନ୍‌ସୁଗାର। ପିଅନ୍‌ପଡା ରୋଡ୍ ବାସିନ୍ଦା ଏସ୍.ମହାପାତ୍ର ନାମକ ଯୁବକଙ୍କ ଠାରୁ ଆଜି ପୋଲିସ ୩.୫୯୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି। କନ୍ଧମାଳ ଏସ୍‌ପି ବିନୀତ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସ୍‌ଡିପିଓ ଏମ୍.ଏନ୍.ମୁର୍ମୁଙ୍କ ନେତୃତ୍ବରେ ପୋଲିସ ବାହିନୀ ବିଶ୍ୱସ୍ତ ସୂତ୍ରରୁ ଏହି ଖବର ପାଇ ଚଢ଼ଉ କରିଥିଲା। ଏହା ପ୍ରଥମ ଘଟଣା ଯେତେବେଳେ କି ଗଞ୍ଜେଇ ଚୋରାଚାଲାଣ ତଥା ଗଞ୍ଜେଇ ଚାଷ ପାଇଁ କୁଖ୍ୟାତ କନ୍ଧମାଳ ଜିଲ୍ଲାର ସଦର ମହକୁମାରୁ ବ୍ରାଉନ୍‌ସୁଗାର ଭଳି ମାରାତ୍ମକ ନିଶା ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତ ପୂର୍ବରୁ ମଧ୍ୟ ନିଶା ସାମଗ୍ରୀ ଚୋରାଚାଲାଣରେ ସମ୍ପୃକ୍ତ ଥିବା ପ୍ରାଥମିକ ଯାଞ୍ଚରୁ ଜଣାଯାଇଛି। ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

Comments are closed.