କୁକୁର ପଲ ଆକ୍ରମଣରେ ହରିଣର ମୃତ୍ଯୁ

ସମ୍ବଲପୁର: କୁକୁର ପଲର ଆକ୍ରମଣରେ ଏକ ହରିଣର ମୃତ୍ଯୁ ହୋଇଛି। କୁକୁର ପଲ ତାକୁ ଘେରି ଝୁଣି ଖାଇ ଦେଇଥିବା ଜଣାପଡିଛି। ଘଟଣା ଟି ଘଟିଛି ରେଢାଖୋଲ ବ୍ଲକ ବଡମାଳ ରେଞ୍ଜ ଅନ୍ତର୍ଗତ ରାବଣବସା ଜଙ୍ଗଲରେ। ସୂଚନା ମତେ ବଡ଼ମାଳ ଗ୍ରାମ ସଂଲଗ୍ନ ରାବଣବସା ଜଙ୍ଗଲରେ କୁକୁର ପଲଙ୍କ ଆକ୍ରମଣରେ ଏକ ଚାରି ବର୍ଷର ଅଣ୍ଡିରା ହରିଣର ମୃତ୍ଯୁ ଘଟିଥିଲା। ଫରେଷ୍ଟର ଶ୍ରୀବତ୍ସ କିଷାନଙ୍କ ସହ ବନ କର୍ମଚାରୀ ହରିଣର ଶବ ଉଦ୍ଧାର କରି ରେଢ଼ାଖୋଲ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ବଡ଼ମାଳ ସ୍ଥାୟୀ ନର୍ସରୀରେ ପୋତି ଦେଇଥିଲେ।

ପ୍ରକାଶ ଥାଉ ବଡ଼ମାଳ ରେଞ୍ଜରେ ପ୍ରତି ବର୍ଷ ଏକାଧିକ ହରିଣଙ୍କ କୁକୁର ଆକ୍ରମଣରେ ମୃତ୍ଯୁବରଣ କରୁଛନ୍ତି। ବନାଞ୍ଚଳର ଲମ୍ବଟିଦାଦର ସଂରକ୍ଷିତ ଜଙ୍ଗଲଟି ପାଖାପାଖି 1100 ହେକ୍ଟର ହୋଇଥିବା ବେଳେ ଜଙ୍ଗଲ ମଧ୍ୟରେ ଶତାଧିକ ହରିଣ, ନୀଳଗାଈ, ବାରହା, କୁଟୁରା, ଠେକୁଆ, ଜଙ୍ଗଲୀ କୁକୁଡ଼ା, ମୟୂର, ଚଉସିଂହା ଅଛନ୍ତି। ଏମାନଙ୍କ ସୁରକ୍ଷା ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ପାଲଟିଛି।

Comments are closed.