ରାଜ୍ୟରେ ୧୧୩ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତୃତୀୟ ଲହର ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ନୂଆ ଆକ୍ରାନ୍ତ ଙ୍କ ମଧ୍ୟରୁ ୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫ , କଟକରୁ ୨୧, ସୁନ୍ଦରଗଡ଼ରୁ ୬, ସମ୍ବଲପୁରରୁ ୪, ଯାଜପୁରରୁ ୨, ପୁରୀରୁ ଜଣେ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୧୪ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ମାମଲା ୧୨ ଲକ୍ଷ ୮୯ ହଜାର ୪୪୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧୨ ଲକ୍ଷ ୭୯ ହଜାର ୭୪୫ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୫୧୭ ରହିଛି ।

Comments are closed.