ଆସିଲା ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର – ଅଭିନେତା ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବେକରେ ଦଉଡ଼ି ଦେବା ଯୋଗୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ କମିଶନରେଟ ପୋଲିସ୍‌କୁ ହସ୍ତାନ୍ତର କରାଯାଇଛି। ତେବେ ସେ କ’ଣ ପାଇଁ ସେ ଏପରି ଚରମ ପଦକ୍ଷେପ ନେଲେ, ଏହା ଉପରୁ ପରଦା ଉଠାଇବାକୁ ଚେଷ୍ଟା କରୁଛି କମିଶନରେଟ ପୋଲିସ ‌।

ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି, ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟ ହୋଇଛି। ମୃତଦେହ ଜବତ ବେଳକୁ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନ ଥିବା ବେଳେ ବେକ ନିକଟରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା।

Comments are closed.