ଗୀତା ମାହାତ୍ମ୍ୟ: ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ। ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ।
ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।।

ହେ ଅର୍ଜ୍ଜୁନ ! ମୋର ଭକ୍ତ ମୋତେ ସକଳ ଯଜ୍ଞର ଓ ତପର ଭୋକ୍ତା, ସମସ୍ତ ଲୋକର ଈଶ୍ୱର ମାନଙ୍କର ବି ଈଶ୍ୱର, ତଥା ସକଳ ପ୍ରାଣୀ ମାନଙ୍କର ସୁହୃଦ ଅର୍ଥାତ ସ୍ୱାର୍ଥ ରହିତ ଦୟାଳୁ ଓ ପ୍ରେମୀ ବୋଲି ତତ୍ୱତଃ ଜାଣିପାରି ଶାନ୍ତି ପ୍ରାପ୍ତ ହୁଅନ୍ତି।

( ଗୀତା ୫ମ ଅ। ୨୯ଶ ଶ୍ଲୋକ )

Comments are closed.