ରାଜ୍ୟରେ ୧୬୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଉପରମୁହାଁ ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୬୧ ଜଣ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୯୫ ଜଣ, ସ୍ଥାନୀୟ ଅଞ୍ଚଳରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ‌। କଟକ ଜିଲ୍ଲାରୁ ୩୨, ସୁନ୍ଦରଗଡ଼ରୁ ୧୩, ବାଲେଶ୍ବରରୁ ୮, ସୋନପୁରରୁ ୮, ପୁରୀରୁ ୫, ରାୟଗଡ଼ାରୁ ୫, ଭଦ୍ରକ, ଝାରସୁଗୁଡ଼ା ଓ ଜଗତସିଂହପୁରରୁ ୩ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୧, ସମ୍ବଲପୁରରୁ ୧ ଓ ନୂଆପଡ଼ାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.