ନଭେମ୍ବର ୩୦ରେ ‘ମେକ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ

ଭୁବନେଶ୍ୱର – ଓଡ଼ିଶାକୁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଆସନ୍ତା ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ ଆୟୋଜନ କରିବେ । କରୋନା ମହାମାରୀ ଯୋଗୁ ‘ମେକ ଇନ୍ ଓଡ଼ିଶା’ ସମ୍ମିଳନୀ ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା ।

ଆଜି ଦୁବାଇରେ ବିଜିନେସ୍ ବେ’ ଅନୁଷ୍ଠିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାର ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶାରେ ବ୍ୟବସାୟର ସୁଯୋଗ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ରାଜ୍ୟରେ ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ୍ , କେମିକାଲସ ଓ ପେଟ୍ରୋକେମିକାଲସ୍ , ଟେକ୍ସଟାଇଲ୍ ଓ ଆପେରାଲ ସମେତ ଟେକ୍ନିକାଲ ଟେକ୍ସଟାଇଲ, ସି’ ଫୁଡ୍ ସମେତ ଫୁଡ୍ ପ୍ରୋସେସିଂ, ଲଜିଷ୍ଟିକ୍ ଓ କ୍ଲିନ୍ ଏନର୍ଜି ଆଦି କ୍ଷେତ୍ରକୁ ଆସନ୍ତା ମେକ୍ ଇନ୍ କନକ୍ଲେଭରେ ଗୁରୁତ୍ୱ ଦିଆଯିବ ।

Comments are closed.