ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୩ ମୃତ

ବାରିପଦା – ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାସଗୋବିନ୍ଦପୁର ରେଞ୍ଜ ସମାଇଡିହି ଗାଁରେ ହାତୀ ଆକ୍ରମଣରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ବେତନଟୀ ରେଞ୍ଜ ସୁନାହଜା ଗାଁରେ ୬୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି । ବାଙ୍ଗିରିପୋଷୀ ରେଞ୍ଜ ରୋଜାଲୋକାରେ ଘରେ ଶୋଇଥିବା ବେଳେ ହାତୀ ଘର କାନ୍ଥ ଭାଙ୍ଗିଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.