ଜେଲ ଗଲେ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ଘରୋଇ ଓଡ଼ିଆ ଟିଭି ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି। ତାଙ୍କୁ ଜୁଲାଇ ୧୩ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୂ । ଠକେଇ ଅଭିଯୋଗରେ ଅର୍ଦ୍ଧେନ୍ଦୁଙ୍କୁ ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ମଙ୍ଗଳବାର ତାଙ୍କ ବାସଭବନ ଉପରେ ଇଓଡବ୍ଲୁ ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଫେରାର ହୋଇଯାଇଥିଲେ ।

ଏହାପରେ ଇଓଡବ୍ଲ୍ୟୁ ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଯୋଗାଯୋଗ ସମ୍ଭବ ନହେବାରୁ ବୁଧବାର ଅପରାହ୍ନରେ ଇଓଡବ୍ଲ୍ୟୁର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ନ୍ୟୁଜ ଚ୍ୟାନେଲ ଅଫିସରେ ଚଢାଉ କରିଥିଲା । ୬ ଘଣ୍ଟା ଧରି ଯାଞ୍ଚ କରିଥିଲା ଅର୍ଥନୈତିକ ଅପରାଧ ଶାଖା ଟିମ୍ । ପରେ ତାଙ୍କୁ ଓଡଗାଁରୁ ଗିରଫ କରାଯାଇଥିଲା ।

Comments are closed.