ସମ୍ବଲପୁରୀ ଦିନରେ ସ୍ଥାପନ ହେବ ଗୁରୁ ସତ୍ଯନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି

ସମ୍ବଲପୁର : ସମ୍ବଲପୁରୀ ସଂସ୍କୃତି ର ପୁରୋଧା ଗୁରୁ ସତ୍ଯ ନାରାୟଣ ବହିଦାରଙ୍କ ଜନ୍ମଦିନ କୁ ୨୦୧୩ ରୁ ସମ୍ବଲପୁରୀ ଦିନ ଭାବରେ ପାଲନ କରାଯାଇ ଆସୁଛି। ଗୁରୁ ବହିଦାର ସମ୍ବଲପୁରୀ ସାଧକ କବି କଲାକାର ମାନଂକୁ ଏକଜୁଟ କରିବା ସହ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସାରା ଜୀବନ ବଳିଦାନ ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ଯ ର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଦିନ ରେ ସମ୍ବଲପୁରୀ ଦିନ ଭାବରେ ଆୟୋଜନ କରିଆସୁଛି। ମଂଚ ସମ୍ବଲପୁର ରେ ପ୍ରତିବର୍ଷ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ର ଆୟୋଜନ କରିଆସୁଛି। ଦୁଇବର୍ଷ ହେବ କରୋନା ମହାମାରୀ ଯୋଗୁଁ ସମ୍ବଲପୁରୀ ଦିନ ଛୋଟ ଆକାରରେ ଆୟୋଜନ କରାଯାଇ ଥିଲା। ତେବେ ଚଲିତ ବର୍ଷ କରୋନା ମହାମାରୀ ସ୍ଥିତି ସୁଧୁରିବା ପରେ ସମ୍ବଲପୁରୀ ଦିନ ଭବ୍ୟ ଢଂଗ ରେ ଆୟୋଜନ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ଯୋଜନା ଆରମ୍ଭ କରୁଛି। ଗତକାଲି ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ନୁତନ ଜିଲ୍ଲାପାଳ ଅନନ୍ୟା ଦାସଂକୁ ସ୍ବାଗତ କରି ସମ୍ବଲପୁରୀ ଦିନ ପାଇଁ ଆଲୋଚନା କରାଯାଇଥିବା ବେଲେ ଆଜି ନିଜେ ଜିଲ୍ଲାପାଳ ମହୋଦୟା କଚେରୀ ରୋଡରେ ଥିବା ଗୁରୁ ସତ୍ଯ ନାରାୟଣ ସ୍ମୁତି ଉଦ୍ୟାନକୁ ପଂହଚିଥିଲେ। ଉଦ୍ୟାନ ର ସ୍ଥିତି ପଚାରି ବୁଝିଥିଲେ। ସମ୍ବଲପୁରୀ ଦିନ ଅବସରରେ ଗୁରୁ ସତ୍ଯ ନାରାୟଣ ବହିଦାରଙ୍କ ପ୍ରତିମୁର୍ତ୍ତି ସ୍ଥାପନ ପାଇଁ ରହିଥିବା ଯୋଜନା ସମ୍ପର୍କରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏହା ଗୁରୁ ସତ୍ଯ ନାରାୟଣ ବହିଦାରଙ୍କ ସ୍ମୁତି ଭବନ ନିର୍ମାଣ କାମ ଆରମ୍ଭ ହୋଇପାରୁ ନଥିବା ବିଷୟରେ ମଧ୍ଯ ଅବଗତ କରାଯାଇଥିଲା। ଜିଲ୍ଲାପାଳ ଗୁରୁଙ୍କର ସ୍ମୁତିରକ୍ଷା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ତତ୍ପରତା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଧନ୍ଯବାଦ ଅର୍ପଣ କରାଯାଇଥିଲା। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପଶ୍ଚିମାଞ୍ଚଳ ଏକତା ମଂଚ ର ଆବାହକ ଭବାନୀଶ ଭୋଇ, କାର୍ଯ୍ୟକ୍ରମ ପରାମର୍ଶଦାତା ଡ ପ୍ରମୋଦ ରଥ, ମୁଖ୍ଯ ସଂଯୋଜକ ମାନସ ରଂଜନ ବକ୍ସୀ, ସୁକାନ୍ତ କର, କମଲ ଷଡଂଗୀ, ଅମଲେନ୍ଦୁ ନାୟକ ଉପସ୍ଥିତ ରହିଥିଲେ।

Comments are closed.