ରଥଯାତ୍ରାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦେଖିଲେ ମୁଖ୍ୟମନ୍ତ୍ରୀ

ପୁରୀ – ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । କେତେ ପ୍ରତିଶତ କାର୍ଯ୍ଯ ଶେଷ ହୋଇଛି, ପରିକ୍ରମା ପ୍ରକଳ୍ପ ମ୍ୟାପ୍ ଦେଖି ନିର୍ମାଣ କାର୍ଯ୍ଯର ଅଗ୍ରଗତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ। ଦକ୍ଷିଣ ଦ୍ବାର ପାଖରେ ୯୦ପ୍ରତିଶତ ନିର୍ମାଣ କାମ ଶେଷ ହୋଇଛି।

ସେଲ୍ଟର ପାଭିଲିୟନ୍ ମଧ୍ୟ ବୁଲି ପାଖାପାଖି ୧୫ମିନିଟ୍ ଧରି ନିର୍ମାଣ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.