ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆସିବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ବର : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଏଥର ବିଧାନସଭାର ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି। ୫ ଘଣ୍ଟା ପରିବର୍ତ୍ତେ ଦିନକୁ ୬ ଘଣ୍ଟା ଗୃହ ଚାଲିବ ।

ଗୃହ କାର୍ଯ୍ୟ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢେ଼ ଗୋଟାଏ ଓ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ସବୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ, ବିଧାନସଭା କର୍ମଚାରୀ ଓ ଅନ୍ୟମାନଙ୍କ କରୋନା ପରୀକ୍ଷା କରାଯାଇଛି।

Comments are closed.