ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ, ଜନ୍ମବେଦୀରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ – ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ରଥରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଆଜି ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ଏହାପରେ ମହାବାହୁ ଜନ୍ମବେଦୀରେ ଦର୍ଶନ ଦେବେ । ସଂଧ୍ୟା ପୂର୍ବରୁ ଚତୁର୍ଦ୍ଧାମୂର୍ତି ଜନ୍ମବେଦୀକୁ ପହଣ୍ଡିରେ ଆସି ଅଧିଷ୍ଠିତ ହେବେ ।

ଗତକାଲି ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଅନ୍ୟ ସମସ୍ତ ନୀତିକାନ୍ତି ଶ୍ରୀଘ୍ର ଶେଷ ହେବାରୁ ସଂଧ୍ୟା ସୁଦ୍ଧା ଦର୍ପର୍ଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ଶରଧାବାଲିରେ ପହଞ୍ଚି ଯାଇଥିଲା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା । ଏହାପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଶରଧାବାଲିରେ ପହଞ୍ଚାଇଥିଲେ ଭକ୍ତ । ଶେଷରେ ପହଞ୍ଚିଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ତିନି ରଥ ଉପରେ ହିଁ ତିନି ଦିଅଁ ରାତିରେ ରହିଥିଲେ । ରଥଉପରେ ତିନି ଦିଅଁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି ।

Comments are closed.