ରାଜ୍ୟରେ ଆଉ ୨୩୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର – ଲଗାତର ଦ୍ୱିତୀୟ ଦିନ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨୦୦ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୩୫ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକରୁ ୩୫, ବାଲେଶ୍ଵରରୁ ୧୩, ସୁନ୍ଦରଗଡ଼ରୁ ୧୨, ସମ୍ବଲପୁରରୁ ୧୦, ନୂଆପଡ଼ାରୁ ୮, ସୋନପୁରରୁ ୬, ପୁରୀରୁ ୫, ଭଦ୍ରକରୁ ୫, ଦେବଗଡ଼ରୁ ୩, ଜଗତସିଂହପୁର ଓ ଯାଜପୁରରୁ ୨ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୨୫ ମାମଲା ରିପୋର୍ଟ ହୋଇଛି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୧୯୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୭୯ ହଜାର ୯୭୮ । ବର୍ତ୍ତମାନ ସକ୍ରିୟ ମାମଲା ସ‍ଂଖ୍ୟା ରହିଛି ୧ ହଜାର ୩୫ ।

Comments are closed.