ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାହାର ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ୍ୟୁ ଘଟିଥିଲା । ଆଜି ବନବିଭାଗ ପକ୍ଷରୁ ମୃତ ଭାଲୁକୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖୁଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି ଗତ ମାସରେ ଏକ ସପ୍ତାହ ମଧ୍ୟରେ ବୌଦ୍ଧ ରେଞ୍ଜରେ ୨ଟି ହାତୀ ଶିକାର ହେବା ନଜର ଆସିଥିଲା । ସେହି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ରେଞ୍ଜର, ଫରେଷ୍ଟର ଓ ଗାର୍ଡକୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ହେଲେ ଜିଲ୍ଲାରେ ଏଯାଏଁ ଜନ୍ତୁ ଶିକାର କମିନାହିଁ । ଜଙ୍ଗଲ ଏବଂ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ନିଯୁକ୍ତି ପାଇଥିବା ବନ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଏବଂ ଦୁର୍ନୀତିଖୋର ମନୋବୃତ୍ତି ଯୋଗୁଁ ଗୋଟିଏ ପରେ ଗୋଟିଏ ଜଙ୍ଗଲୀ ଜନ୍ତୁ ଅକାରଣେ ପ୍ରାଣ ହରାଉଛନ୍ତି ।

Comments are closed.