କେନ୍ଦ୍ରର ଷ୍ଟାର୍ଟଅପ ରାକିଂ ତାଲିକାର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ – ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ତୃତୀୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ତାଲିକା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ବର୍ଗ-କ ରେ ବୃହତ ରାଜ୍ୟମାନେ ଥିବାବେଳେ ୨ୟ ବର୍ଗ-ଖ ରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି ।

ଗୁଜରାଟ, କର୍ଣ୍ଣାଟକ ଓ ଦିଲ୍ଲୀ ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନା । ସଂସ୍ଥାଗତ ସୁବିଧା ଯୋଗାଇବାରେ ଓଡ଼ିଶା, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ଟି ରାଜ୍ୟ ରହିଛନ୍ତି । ଷ୍ଟାର୍ଟଅଫ ସଂସ୍ଥା ସାମଗ୍ରୀ ଖରିଦ ଓ କାପାସିଟି ବିଲଡିଂ କ୍ଷେତ୍ରରେ ବି ଓଡ଼ିଶା ଆଗୁଆ ରହିଛି ।

Comments are closed.