ଡ୍ରିମସକୁ ମିଳିବ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର – ଡ୍ରିମସ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଲ୍‍, ୨୦୨୨ ବିଧାନସଭାରେ ଗୃହୀତ ହୋଇଛି। ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହା ଖୁବ୍‍ଶୀଘ୍ର ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବ। ପୂର୍ବରୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ୧୨ଟି ଘରୋଇ ବିଶ୍ୱ ବିଦ୍ୟାଳୟ ରହିଛି। ଡ୍ରିମସକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିବା ପରେ ଏହି ସଂଖ୍ୟା ୧୩ରେ ପହଞ୍ଚିବ । ସି.ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଓଡ଼ିଶା(ସଂଶୋଧନ)ବିଲ୍‍, ୨୦୨୨ ଏବଂ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୟୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱ ବିଦ୍ୟାଳୟ, ଓଡ଼ିଶା(ସଂଶୋଧନ) ବିଲ୍‍, ୨୦୨୨କୁ ମଧ୍ୟ ବିଧାନସଭାର ମଞ୍ଜୁରୀ ମିଳିଛି।

ଡ୍ରିମସକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ପାଇଁ ଆଇନ ପ୍ରଣୟନ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଲେ ଯେ ଏହା ଏକ ନିଜସ୍ୱ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନଥିବା ଏକକ ବିଶ୍ୱବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ ଏଥିପାଇଁ ଡ୍ରିମସ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଦ୍ୱାରା ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷାଦାନ ଓ ଗବେଷଣାର ପରିସର ବୃଦ୍ଧି କରିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.