ରୋମ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଜ୍ଞାନରେ ଇଟାଲୀୟ ଐତିହାସିକ ପ୍ରଭାବିତ

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତର ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ରୋମର ପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ।

 

ରୋମର ବିଭିନ୍ନ ଐତିହାସିକ ସ୍ଥଳୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ । ରୋମର ଜଣେ ପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ରୋମର ପୁରୁଣା ଐତିହ୍ୟ ଓ ସଂସ୍କୃତି ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ରୋମର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ବିଷୟରେସ ଐତିହାସିକ ଜଣଙ୍କୁ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ସଂପୃକ୍ତ ଐତିହାସିକ । ମୁଖ୍ୟମନ୍ତ୍ରୀଙ୍କ ରୋମର ଇତିହାସ ସଂପର୍କରେ ଗଭୀର ଜ୍ଞାନରେ ବଖାଣିଛନ୍ତି, ଐତିହାସିକ ଜଣଙ୍କୁ ବେଶ ପ୍ରଭାବିତ କରିଛି ।

Comments are closed.