ଆସନ୍ତା ୮ ରେ ଓଡ଼ିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସି ବିଭିନ୍ନ ଦଳର ବିଧାୟକ ଓ ସାଂସଦଙ୍କୁ ଭେଟିବେ ଏବଂ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ କହିବେ। ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ସମର୍ଥନ ଲୋଡୁଛନ୍ତି ମୁର୍ମୁ। ଓଡ଼ିଶା ପରେ ଆସିବେ ଦ୍ରୌପଦୀ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ଗସ୍ତ କରିବେ ।

Comments are closed.