କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର – ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ବେଳେ ପ୍ରକାଶ ପାଇବ ରେଜଲ୍ଟ। ଏହା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ। www.bseodisha.nic.in ବା www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଇଣ୍ଟରନେଟ ନ ଥିଲେ ଏସଏମଏସ୍ ମାଧ୍ଯମରେ ମିଳିବ ମାଟ୍ରିକ ରେଜଲ୍ଟ। OR10 ଏବଂ ନିଜ ରୋଲ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସଏମଏସ୍ କଲେ ମିଳିବ ରେଜଲ୍ଟ। ପରୀକ୍ଷାଫଳ ବାହାରିବା ପରେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ରି- ଚେକ ପାଇଁ ଆବେଦନ କରିବେ। ରି- ଚେକ ନେଇ ସମ୍ପୂର୍ଣ୍ଣ ତଥ୍ଯ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାପରେ ଦିଆଯିବ।

କୋରୋନା ମହାମାରୀ ଯୋଗୁଁ ଗତ ୨ ବର୍ଷ ହେଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ହୋଇପାରି ନଥିଲା । ଚଳିତ ବର୍ଷ ଅଫଲାଇନ୍‌ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା । ସ୍ ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍‌ କରାଯିବ ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ବୋର୍ଡ କରାଯାଇଛି।

Comments are closed.