ଜାଲ ନିଯୁକ୍ତି କମ୍ପାନୀର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ

ଭୁବନେଶ୍ୱର – ଠକେଇ ମାମଲାରେ କିନି ଇନ୍ଫୋଟେକ ପ୍ରାଇଭେଟ ଲିମିଟେଡ଼ର ଦୁଇ ନିର୍ଦ୍ଦେଶକ ଭିକୁ ବିଷୋୟୀ ଓ ମଣିକନ୍ଦନଙ୍କ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି ହୋଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧରେ ବ୍ୟୁରୋ ଅଫ ଇମିଗ୍ରେସନ ପକ୍ଷରୁ ଜାରି ହୋଇଛି ସର୍କ୍ୟୁଲାର । ଭିକୁ ବିଷୋୟୀ ଗଞ୍ଜାମ ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ ମଣିକନ୍ଦନର ଘର ଚେନ୍ନାଇରେ ।

ଭିକୁ ଓ ମଣିକନ୍ଦନ କୋଭିଡ ବେଳେ ଜାଲ କମ୍ପାନୀ ଖୋଲି ବେକାର ଯୁବକଯୁବତୀଙ୍କୁ ୱାର୍କ ଫ୍ରମହୋମ ଜରିଆରେ ଅଧିକ ରୋଜଗାର କରିବାର ଲୋଭ ଦେଖାଇ ଠକୁଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ହାଇସ୍କୁଲ ଛକରେ ସେମାନେ ଅଫିସ ଖୋଲିଥିଲେ । ୧୦୦ରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଲୋଭିତ କରି କୋଟିଏରୁ ଅଧିକ ଟଙ୍କା ଠକିଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । ପୂର୍ବରୁ ଏହି ମାମଲାରେ ସେମାନଙ୍କର ୪ ଜଣ ସହଯୋଗୀଙ୍କୁ ଭଞ୍ଜନଗର ଥାନା ପୋଲିସ ଗିରଫ କରିଥିଲା ।

ପଞ୍ଜାବ ପୋଲିସ ପାଇଁ ମଧ୍ୟ ସେମାନଙ୍କୁ ଖୋଜୁଛି । ଉଭୟେ ଏକାଧିକ ଜାଲ କମ୍ପାନୀ ଖୋଲି ବହୁଲୋକଙ୍କୁ ଠକିଥିବା ଜଣାପଡିଛି ।

ଫେରାର ଅଭିଯୁକ୍ତଙ୍କ ଫଟୋ ଜାରିକରିଛି ଇଓଡବ୍ଲୁ । ଏ ନେଇ ସୂଚନା ଦେଇଛନ୍ତି ଇଓଡବ୍ଲୁ ଏସପି ଦିଲୀପ ତ୍ରିପାଠୀ ।

Comments are closed.