ବହୁ ପରିମାଣର କଫ୍ ସିରପ୍ ଜବତ, ୩ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ପକ୍ଷରୁ ସୋନପୁର ସହର ପଟାଭାଡି ନିକଟରୁ କଫ୍ ସିରପ୍ ବୋତଲ ଜବତ କରିବା ସହ ତିନି ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ଏକ ସ୍କୁଟିରେ ସୋନପୁର ସହରରୁ ବହୁ ପରିମାଣର କଫସିରପ୍ ଆଣୁଥିବା ବେଳେ ସୋନପୁର ପୋଲିସ ମାଡିବସିଥିଲା । ପ୍ରାୟ ଶହେଟି କଫ୍ ସିରପ୍ ବୋତଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।ତିନି ଜଣ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଏବଂ ମାନସ ପାଢୀ । ସମସ୍ତଙ୍କ ଘର ସୋନପୁର ସହରର ବୋଲି ଜଣାପଡିଛି । ଏହି କଫ୍ ସିରପ୍ ସବୁ ନିଶା କାରବାରରେ ବ୍ୟବହାର ହେଉଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.