ରାଜ୍ୟରେ ଆଉ ୪୭୦ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ଶିଶୁ କିଶୋରଙ୍କ ସଂଖ୍ୟା ୪୯ ରହିଛି । ସଂଗରୋଧରୁ ୨୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧, କଟକରୁ ୯୪, ସୁନ୍ଦରଗଡରୁ ୨୪, ପୁରୀରୁ ୧୭, ସମ୍ବଲପୁରରୁ ୯, ବାଲେଶ୍ଵରରୁ ୯, ଜଗତସିଂହପୁରରୁ ୭, ମୟୂରଭଞ୍ଜରୁ ୭, ନୂଆପଡ଼ାରୁ ୫, ଗଞ୍ଜାମ, ଯାଜପୁର, ନୟାଗଡ଼, ସୋନପୁରରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୩, କେନ୍ଦ୍ରାପଡ଼ାରୁ ୨, ଭଦ୍ରକ, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୫୨ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୪୮୭କୁ ବୃଦ୍ଧି ପାଇଛି ।

Comments are closed.