ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ

ସମ୍ବଲପୁର: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଟିକ୍ରାପଡାଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସମୁଦାୟ ୫୦ଟି ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ପିଜୁଳି, ଶାଳ ପ୍ରମୁଖ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ଯୁବନେତା ତ୍ରିନାଥ ସାହୁଙ୍କ ଦ୍ବାରା ସଂଯୋଜନା କରାଯାଇଥିବା ବେଳେ ସଞ୍ଜୟ ଯାଦବ, ବିନୋଦ ଯାଦବ, ଭିକ୍କି ଦୀପ, ଲଲିତ ଓରାମ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଈ, ଜିଲ୍ଲା ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ଉତ୍ତମ ବାଗ୍ ପ୍ରମୁଖ ଉପସ୍ଥିତ ରହି କର୍ମୀଙ୍କୁ ଉତ୍ସାହିତ କରିଥିଲେ ।

Comments are closed.