ରାଜ୍ୟରେ ଆଉ ୫୦୯ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଂଗରୋଧରୁ ୨୯୯ ଓ ସ୍ଥାନୀୟ ଅଞ୍ଚଳରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦, ସୁନ୍ଦରଗଡ଼ରୁ ୪୯, ପୁରୀରୁ ୧୪, ଯାଜପୁରରୁ ୯, ନୟାଗଡ଼ରୁ ୯, ଜଗତସିଂହପୁରରୁ ୯, ସମ୍ବଲପୁରରୁ ୮, ମୟୂରଭଞ୍ଜରୁ ୭, ଭଦ୍ରକରୁ ୭, କେନ୍ଦ୍ରାପଡ଼ାରୁ ୬, କଳାହାଣ୍ଡିରୁ ୬, ବାଲେଶ୍ବରରୁ ୫, ନୂଆପଡ଼ାରୁ ୪, ଗଜପତିରୁ ୪, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, କନ୍ଧମାଳ, କୋରାପୁଟ,ବରଗଡ଼, ବୈ।ଦ୍ଧରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର ଓ ସୋନପୁରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁରୁଷ ଚିହ୍ନଟ ହୋଇଛନ୍ତି ୪୧ ଆକ୍ରାନ୍ତ ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୪ ହଜାର ୫୮୫କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୧ ହଜାର ୮୬୬ । ଏବେ
୩ ହଜାର ୫୩୯ ଜଣ ରୋଗୀ ଚିକିତ୍ସା ଧୀନ ଅଛନ୍ତି ।

 

Active cases: 3539

Comments are closed.