ପଶ୍ଚିମବଙ୍ଗ ରାଜ୍ୟପାଳ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ – ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଧନକରଙ୍କ ନାଁରେ ମୋହର ବାଜିଛି । ତାଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ଘୋଷଣା କରିଛନ୍ତି। ଜଣେ କୃଷକ ପୁତ୍ର ଭାବେ ଜଗଦୀପ ଧନକର ଲୋକଙ୍କ ରାଜ୍ୟପାଳ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ନଡ୍ଡା କହିଛନ୍ତି। ପୂର୍ବରୁ ଆଜି ଧନକର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେ ନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଜଗଦୀପ ଧନକର ୨୦୧୯ ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ବେଶ ଚର୍ଚ୍ଚାରେ ଥିଲେ ଧନକର । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

Comments are closed.