ଲାଞ୍ଚ ନେବାବେଳେ ଧରାପଡିଲେ ଆଇସିଡିଏସ ସୁପରଭାଇଜର

ଭୁବନେଶ୍ବର – ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗିର ଆଗଲପୁର ବ୍ଲକ ଆଇସିଡିଏସ ସୁପରଭାଇଜର କୁନି ନାୟକ। ପ୍ରାୟ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁନି ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଟଙ୍କା ଦେବାକୁ ସେ ଲାଞ୍ଚ ନେଉଥିଲେ । ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Comments are closed.