ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

ଭୁବନେଶ୍ୱର – ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଠୁ ଆରମ୍ଭ ହେଉଛି। ଏହା ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ସମସ୍ତ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ।ଏହି ମାସ ୧୪ ତାରିଖରୁ ୨୯ ଯାଏଁ ସବୁ ବିଭାଗର ଖର୍ଚ ଦାବି ଉପସ୍ଥାପନ କରାଯିବା ସହ ଗୃହୀତ କରାଯିବ । ଜୁଲାଇ ୩୦ ତାରିଖରେ ୨୦୨୨-୨୩ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ କରାଯିବ । ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନକୁ ଅଧିକ ଗଠନମୂଳକ କରିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

Comments are closed.