ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବାଲାଟ ବକ୍ସ

ଭୁବନେଶ୍ୱର – ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । ଏଥିପାଇଁ ବାଲାଟ୍ ବକ୍ସ ଓ ଅନ୍ୟ ସାମଗ୍ରୀ ଓଡ଼ିଶାରେ ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି ।

ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ପ୍ରଥମ ମହଲା ୫୪ ନମ୍ବର ପ୍ରକୋଷ୍ଠରେ ଜୁଲାଇ ୧୮ରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ । ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ ଦେବେ । ଯଦି କୌଣସି ସାଂସଦ ଏଠାରେ ଭୋଟ ଦେବା ପାଇଁ ନିର୍ବାଚନ କମିସନଙ୍କ ଠାରୁ ଅନୁମତି ଆଣିଥିବେ, ତାହା ହେଲେ ସେମାନେ ଅନୁମତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇ ଭୋଟ ଦେଇ ପାରିବେ ।

Comments are closed.