ସାନଭାଇକୁ ହାଣି ହତ୍ୟା କଲା ନିଶାସକ୍ତ ବଡଭାଇ

ବ୍ରହ୍ମପୁର – ସାନ ଭାଇକୁ କଟୁରୀରେ ହାଣିଲା ବଡ଼ ଭାଇ । ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କରିଛି ବଡ଼ ଭାଇ। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଜୁଲିଙ୍ଗୀ ଗାଁରେ ଘଟିଛି ଏହି ଘଟଣା । ମୃତ ବ୍ୟକ୍ତିଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ବଡ଼ ଭାଇ ଅସିନା କାର୍ଜି ଗିରଫ ହୋଇଛି ।

ଗତକାଲି ଅସିନା ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ଅସିନା ଓ କାର୍ତ୍ତିକଙ୍କ ମଧ୍ୟରେ ମଧ୍ୟରେ ବଚସା ହୋଇଥିଲା। ପରେ ବଡ଼ ଭାଇ ଉତ୍‌କ୍ଷିପ୍ତ ହୋଇ ଘର ଏକ କଟୁରୀ ଆଣି ସାନ ଭାଇର ବେକକୁ ହାଣି ଦେଇଥିଲା। ପରେ ବଡ଼ ଭାଇ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା।

Comments are closed.