ରାଜ୍ୟରେ ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ : ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର – ବିଧାନସଭାରେ ଆଜି ଉଠିଛି ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ । ଏ ନେଇ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା।ଏୱାଇ, ଆଧାର ସିଡ଼ିଂ ପ୍ରତିଶତ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପ୍ରତିଶତ ଭଳି ବିଭିନ୍ନ ଇଣ୍ଡେକ୍ସକୁ ଆଧାରରେ ଓଡ଼ିଶା ଏକ ନମ୍ବର ହୋଇଛି। ବଡ ବଡ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସବୁଥିରେ ଅଧିକ ମାର୍କ ପାଇଛି। ଯୋଜନାକୁ ସବୁବେଳେ ସଠିକ୍ ଭାବେ କାର୍ଯ୍ୟକାରୀ ପାଇଁ ଯୋଜନା କରାଯାଉଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟର ଯୋଜନାକୁ ମଡେଲ ଭାବେ ଗ୍ରହଣ କରିଛି ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୩୩ଲକ୍ଷ ୨୭ ହଜାର ୨୫୫ ହିତାଧିକାରୀ ଉପକୃତ ହେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩ ଲକ୍ଷ ୧୩ ହଜାର ୪୪୮ ପରିବାରର ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୬୧ ହଜାର ୨୨୭ ପରିବାରର ୮ଲକ୍ଷ ୮ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୱାନ ନେସନ୍ ୱାନ ରାସନ୍ କାର୍ଡ ଯୋଜନାରେ ୧୦ ହଜାର ୫୭୮ ଡିଲରଙ୍କ ଜରିଆରେ ସୁବିଧା ଯୋଗାଇ ଦିଆଯାଉଛି। ଏହାଦ୍ବାରା ୧ ଲକ୍ଷ ୧୦ ହଜାର ପରିବାର ଉପକୃତ ହେଉଛନ୍ତି।

Comments are closed.