ଭୁବନେଶ୍ୱର – ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ଆଜିଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା -ଏଏସଆଇ ଦ୍ୱାରା ଆରମ୍ଭ ହୋଇଛି। ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ ହେବ । ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ନହେବ ସେ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ନାଟମଣ୍ଡପର ଗୋଟିଏ ବିମରେ ଫାଟ ଥିବା ନେଇ ସ୍ପଷ୍ଟ କରିଛି ଏଏସଆଇ । ଆଉ କେଉଁ ବିମରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କହିଛି ଏଏସଆଇ । ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତ ଏବଂ ହବିଷ୍ୟାଳୀଙ୍କ ସମାଗମ ହେଉଛି । ତେଣୁ କାର୍ତ୍ତିକ ମାସ ପରେ ନାଟ ମଣ୍ଡପ ମରାମତି କରିବାକୁ ଏଏସାଆଇକୁ ଆହୁରି ପର୍ଯ୍ୟାପ୍ତ ସମୟ ଦିଆଯିବ ।
ସେହିପରି ଜରାଜୀର୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନପଲଙ୍କର ମରାମତି ସହ ତିନୋଟି ନୂତନ ସେଟ ମଧ୍ୟ ନିର୍ମାଣ କରାଯିବ । ଏଥିପାଇଁ ମଧ୍ୟ ଆଜିଠୁ କାର୍ଯ୍ୟ ଆରମ୍ଭ ହେଉଛି । ରତ୍ନପଲଙ୍କ ପାଇଁ ଆବଶ୍ୟକ ରୂପା ଜଣେ ଦାତା ଦେଇଥିବାବେଳେ ଏହାକୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ରତ୍ନ ପଲଙ୍କ ନିର୍ମାଣ ହେବା ପରେ ଏହି ରୁପାକୁ ସେଥିରେ ଆଚ୍ଛାଦିତ କରାଯିବ । ଓଡ଼ିଆ ନୂଆ ବର୍ଷରେ ନୂଆ ରତ୍ନ ପଲଙ୍କରେ ମହାପ୍ରଭୁ ଶୟନ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
Comments are closed.