ଜମି ବିବାଦରୁ ତୁମୁଳ କାଣ୍ଡ, ଟାଙ୍ଗିଆ ଚୋଟରେ ୮ ଗୁରୁତର

ସୁବର୍ଣ୍ଣପୁର : ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷରୁ ତୁମୁଳ କାଣ୍ଡ ଘଟିଥିଲା । ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଏଥିରେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତରଭା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।

ଆହତ ମାନଙ୍କ ମଧ୍ୟରେ ଉଭୟ ପକ୍ଷରୁ ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ତମ ମିଶ୍ର (୭୦), କୁନି ମେହେର(୩୦), ଗଙ୍ଗାଧର ମେହେର (୩୧) ମୁକୁନ୍ଦ ମେହେର (୩୫), ଅଭିମନ୍ୟୁ ମେହେର (୬୨), ମଧୁସୂଦନ ବେଦବାଗ(୭୦) ଆହତ ହୋଇଛନ୍ତି। ସେହିପରି ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି। ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.