୨୦୧୦ରୁ ୨୦୨୨ ମଧ୍ୟରେ ରାଜ୍ୟରେ ୩୧ ନୂଆ ଯୋଜନା କାର୍ଯ୍ୟକାରୀ

ଭୁବନେଶ୍ୱର – ୨୦୧୦ରୁ ୨୦୨୨ ମଧ୍ୟରେ ୩୧ ଗୋଟି ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଓଡିଶା ସରକାର । ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟ ସରକାର ସର୍ବାଧିକ ୧୬ଟି ଯୋଜନା କାର୍ଯ୍ୟକାରୀ କରିଥିଲେ । ୧୬ଟି ଯୋଜନା ମଧ୍ୟରୁ କିଛି ଯୋଜନା ୨୦୧୯ ସାଧାରଣ ନିର୍ବାଚନ ପରେ ବନ୍ଦ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ଆଉ କିଛି ଯୋଜନାର ସର୍ତ୍ତାବଳୀରେ ପରିବର୍ତ୍ତନ କରାଯାଇଛି ବୋଲି ବିଧାନସଭାକୁ ସୂଚିତ କରିଛନ୍ତି ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ବିଜେପି ବିଧାୟକ ଭାବନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଲିଖିତ ଉତ୍ତର ରଖିଥିଲେ ।

Comments are closed.