ଭୁବନେଶ୍ଵରରେ ପହଞ୍ଚିଲା ଚେସ ଅଲିମ୍ପିଆଡ ମଶାଲ

ଭୁବନେଶ୍ୱର – ଜୁଲାଇ ୨୮ରେ ମହାବଳୀପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲିମ୍ପିଆଡ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ମଶାଲ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ବିମାନବନ୍ଦରରେ ମଶାଲକୁ ସ୍ୱାଗତ କରିଛନ୍ତି । ଲୋକସେବା ଭବନ କନଭେନସନ ହଲରେ ଏହି ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏହି ମେଗା ଇଭେଣ୍ଟରେ ପଦ୍ମିନୀ ରାଉତଙ୍କ ସମେତ ଓଡ଼ିଶାରୁ ୬ଜଣ ଅଂଶଗ୍ରହଣ କରିଛନ୍ତି ।

Comments are closed.