ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଟିଟିଲାଗଡ଼-ମୁରିବାହାଲ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଚଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଚନାବାହାଲ ଗାଁର ରୀଙ୍କୁ ପାତ୍ର ଓ ଗୁରୁତର ଜଣକ ହେଲେ ଜ୍ୟୋତି କ୍ଷେତି । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଭୟ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ପରେ ଜ୍ୟୋତିଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକଲକୁ ପଠାଯାଇଛି । ମୃତକଙ୍କ ମର ଶରୀରକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.